You are here

Back to top

Labanyabati (Paperback)

Labanyabati Cover Image
$21.00
Usually Ships in 1-5 Days

Description


ରୀତିଯୁଗୀୟ କାବ୍ୟ ପରମ୍ପରା ଓ କବିମାନଙ୍କୁ ଅନୁସରଣ କରିଥିଲେ ମଧ୍ୟ କାବ୍ୟର ସମସ୍ତ ବିଭାଗରେ ଯେଉଁ ଅପୂର୍ବ ସଫଳତା ହାସଲ କରିଛନ୍ତି, ତାହା ସମଗ୍ର ଓଡ଼ିଆ ସାହିତ୍ୟରେ ବିରଳ । ଉପେନ୍ଦ୍ରଙ୍କ ଶବ୍ଦ ପାଣ୍ଡିତ୍ୟ, ଛନ୍ଦ ଓ ବନ୍ଧର ବୈଚିତ୍ର]୍ୟ, ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରରେ ଅଦୃଷ୍ଟପୂର୍ବ କୃତିତ୍ୱ, ଶୃଙ୍ଗାର ରସର ପୁଷ୍କଳ ପରିବେଷଣ, ପ୍ରକୃତି ଚିତ୍ରଣ, ବର୍ଣ୍ଣନା ଚାତୁରୀ, ରଚନା ଶୈଳୀରେ ବିଦଗ୍]ଧ ସୁଲଭ ଆଭିଜାତ୍ୟ ନିକଟରେ ଅନ୍ୟ କବିଙ୍କ ପ୍ରତିଭା ତୁଚ୍ଛ ମନେହୋଇଥାଏ ।

ଉପେନ୍ଦ୍ର କାବ୍ୟ କୋଣାର୍କର ରସମୟୀ, ଛନ୍ଦମୟୀ, ଲାସ୍ୟମୟୀ, ହାସ୍ୟମୟୀ ଅନନ୍ୟ ଲଳନା ହେଉଛି 'ଲାବଣ୍ୟବତୀ' । ଲାବଣ୍ୟବତୀ ଭଳି କାବ୍ୟ ନାୟିକା ଓଡ଼ିଆ ସାହିତ୍ୟରେ ବିରଳ ସୃଷ୍ଟି । ଉପେନ୍ଦ୍ରଙ୍କ କାଳ୍ପନିକ ସୃଷ୍ଟି ଲାବଣ୍ୟବତୀ, ତାଙ୍କର ସମଗ୍ର ସୃଷ୍ଟିକୁ ଅତିକ୍ରମ କରାଯାଇଥିବା ମନେହୁଏ । ଲାବଣ୍ୟବତୀକୁ ସେ ୪୮ଗୋଟି ଛାନ୍ଦରେ ସମ୍ପୂର୍ଣ୍ଣ କରିଛନ୍ତି । ଉପେନ୍ଦ୍ରଭଞ୍ଜଙ୍କ ସମଗ୍ର କାବ୍ୟ ମଧ୍ୟରେ ଲାବଣ୍ୟବତୀର ସ୍ଥାନ ସ୍ୱତନ୍ତ୍ର ଏକ ସ୍ୱତନ୍ତ୍ର ମହିମାରେ ସେ ମହିମାନ୍ୱିତ । ଏହା ଉପେନ୍ଦ୍ର କାବ୍ୟମାନସର ସର୍ବଶ୍ରେଷ୍ଠ ଉପହାର ଓଡ଼ିଶାବାସୀଙ୍କୁ । ପ୍ରାୟ ୩୦୦ ବର୍ଷ ପୂର୍ବେ ରଚିତ ଏ କାବ୍ୟ, ଏକ ବିଂଶ ଶତାବ୍ଦୀରେ ମଧ୍ୟ ଏହାର ଆଦର ଅକ୍ଷୁଣ୍ଣ ରହିଛି । ଏ କାବ୍ୟକୁ ଆଜି ମଧ୍ୟ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି ।


Product Details
ISBN: 9781645604532
ISBN-10: 1645604535
Publisher: Black Eagle Books
Publication Date: September 19th, 2023
Pages: 314
Language: Oriya